1 hour 29 minutes
Some articles contain affiliate links (marked with an asterisk *). If you click on these links and purchase products, we will receive a small commission at no extra cost to you. Your support helps to keep this site running and to continue creating useful content. Thank you for your support!
ସମକାଳୀନ ଓଡ଼ିଆ କବିତାରେ ସୁଖ୍ୟାତ ସୁଚିତ୍ରା ପାଣିଗ୍ରାହୀ ଜଣେ ମନନଶୀଳ ଶିଶୁସାହିତ୍ୟିକା ଭାବେ ମଧ୍ୟ ସୁପରିଚିତା। ସହଜ ଭାବ ଓ ସରଳ ଭାଷାରେ ସ୍କୁଲପଢ଼ୁଆ ପିଲାଙ୍କ ପାଇଁ ଶିକ୍ଷଣୀୟ ଓ ମନୋରଂଜନଧର୍ମୀ କାହାଣୀ ରଚିବାରେ ରହିଛି ତାଙ୍କର ବିଶେଷ ଦକ୍ଷତା। ଶିଶୁକବିତା ସଂକଳନ 'କୁନାକୁନିଙ୍କ ଗୀତବହି' ଓ ଗଳ୍ପ ସଂକଳନ 'ଉଠା ପଞ୍ଜୁରି' ପରେ 'କୁନାକୁନିଙ୍କ ଗପବହି' ଏ ଦିଗରେ ତାଙ୍କର ତୃତୀୟ ପ୍ରୟାସ। ଚନ୍ଦନ ବନର ଛାଇ, କଥା ଅଛି, ହାତମୁଠାର ଛବି, ଖୋଜୁଚି, ଏତେ ଅଭିମାନ ଭଲନୁହେଁ, ମନମୂର୍ଚ୍ଛନା ଆଦି କବିତା ସଂକଳନର ସ୍ରଷ୍ଟାଭାବେ ସେ ପାଇଛନ୍ତି ଯଥେଷ୍ଟ ପାଠକୀୟ ସ୍ୱୀକୃତି ଓ ସମ୍ମାନ। ଏଥିସହିତ 'ପିଲାମନ ବୁଝେ ମା' ଶିଶୁ ମନସ୍ତତ୍ତ୍ୱ ଆଧାରିତ ଫିଚର ସଂକଳନର ମଧ୍ୟ ସେ ଲେଖିକା। କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ଅରୁଣ କମଲଙ୍କ 'ନୟି ଇଲାକେ ମେ' ଏବଂ ବୀରେନ୍ ଡଙ୍ଗୱାଲ୍ଙ୍କ 'ଦୁଶ୍ଚକ୍ର ମେ ସ୍ରଷ୍ଟା'ର ସଫଳ ଅନୁବାଦ ମଧ୍ୟ ସେ କରିଛନ୍ତି। 'କୁନାକୁନିଙ୍କ ଗପବହି'ରେ ଶୁଣନ୍ତୁ ଜଣାଶୁଣା କଣ୍ଠଶିଳ୍ପୀ କରୁଣାକରଙ୍କ ସ୍ୱରରେ କିଛି ମଜାଦାର ଶିଶୁକିଶୋର ଗପ...